ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ

Odisha Hot News
2 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ମିନାକ୍ଷୀ ମହାରଣା ନାମ୍ନୀ ଜନୈକା ବୋହୁକୁ ଅଧିକ ଯୌତୁକ ଦାବି କରି ମାନସିକ, ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୩୩୫/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଶାଶୁ, ନଣନ୍ଦ, ଦିଅର, ଶ୍ଵଶୁର ଓ ସ୍ଵାମୀଙ୍କ ନାମରେ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଥାଊକି କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଚାଙ୍ଗୁଡିଆପଦର ନୁଆ ଗାଁ ର ହାଡୁ ମହାରଣା ଝିଅ ମିନାକ୍ଷୀ ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ଭଗବାନ ମହାରଣା ପୁଅ ସନ୍ତୋଷ ସହ ଗତ ୫ ବର୍ଷ ପୂର୍ବେ ବୈଦୀକ ରିତୀରେ ବାହା ହେଇଥିଲା ଓ ବାହାଘର ସମୟରେ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥତିରେ ଯୌତୁକ ପାଇଁ ନଗଦ ଏକଲକ୍ଷ ଓ ୭ ଭରି ସ୍ବର୍ଣ୍ଣ ଅଳଙ୍କାର ସହ ଘର କରଣା ଆସବାବପତ୍ର ଓ ବାସନ କୁଶନ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପ୍ରଦାନ କରିଥିଲେ। କିନ୍ତୁ ବାହାଘର କିଛି ମାସ ପରେ ମିନାକ୍ଷୀ ଉପରେ ଆରମ୍ଭ ହେଲା ଅଧିକ ଯୌତୁକ ନିମନ୍ତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା।

ଏହିଭଳି ପରିସ୍ଥିତିରେ ନିର୍ଯ୍ୟାତିତ ମିନାକ୍ଷୀ ଅତିଷ୍ଠ ହୋଇ ଭାଇ ଘରକୁ ଚାଲି ଯାଇଥିଲା ଓ କିଛି ମାସ ପରେ ତା’ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶ୍ଵଶୁର ଘର ଲୋକେ ତା ଭାଇ ଘରକୁ ଯାଇ ବୁଝାସୁଝା କରି ଘରକୁ ନେଇଗଲେ।

ପୁଣି ଦ୍ଵିତୀୟ ସନ୍ତାନ ପ୍ରସବ ପାଇଁ ମିନାକ୍ଷୀ ବାପା ଘରକୁ ଯାଇ ପୁଣି ଏକ କନ୍ୟା ସନ୍ତାନ ପ୍ରାପ୍ତି ହୋଇ ଶ୍ଵଶୁର ଘରକୁ ଯେତେବେଳେ ଆସିଲେ ତାକୁ ଘର ବାରଣ୍ଡାରେ ଅଟକ୍ ରଖି ଶାଶୁ, ନଣନ୍ଦ, ଦିଅର, ଶ୍ଵଶୁର ଓ ସ୍ବାମୀ ପ୍ରମୁଖ ଘରକୁ ପୁରାଇଲେ ନାହିଁ ଓ ଦ୍ଵିତୀୟ କନ୍ୟା ସନ୍ତାନ ହେତୁ ଘୃଣା କରି ମିନାକ୍ଷୀ ପିନ୍ଧିଥିବା ସୁନା ଅଳଂକାର ଛଡ଼ାଇ ନେବା ସହ ତା’ର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲେ। ଏହି ଭଳି ପରିସ୍ଥିତିରେ ମିନାକ୍ଷୀ ନିଜକୁ ଅସୁରକ୍ଷିତ ମନେ କରି ଥାନା ର ଦ୍ଵାରସ୍ଥ ହୋଇ ଥିଲା।

Share This Article