ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ପରଲୋକ

Odisha Hot News
0 Min Read

ଭୁବନେଶ୍ୱର : ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
୧୯୨୨ ମସିହା ମାର୍ଚ୍ଚ ୧୧ରେ ପୁରୀ ଜିଲା ନିମାପଡ଼ା ବ୍ଲକ ଅଣ୍ଢିଆ ଗାଁରେ ଭବାନୀ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୧, ୧୯୬୬ ଏବଂ ୧୯୭୮ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ଷିୟାନ୍‌ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ୨୦୧୮ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ।

Share This Article