ପାରାଦୀପ: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ଫାଟ । ବିଧାୟକଙ୍କ ଦୁର୍ନୀତି ବିରୋଧିରେ ମୁଣ୍ଡ ଟେକିଛି ବିଜେଡ଼ି ଆଉ ଏକ ଗୋଷ୍ଠୀ । ଗତକାଲି ଏରସାମାର ବିଜେଡିର ଯୁବ ନେତା ଶଶିକାନ୍ତ ପରିଡା ନିଜ ଶକ୍ତି ଦେଖାଇଛନ୍ତି । ପ୍ରାୟ ହଜାର ହଜାର କର୍ମୀଙ୍କୁ ବିଧାୟକଙ୍କ ବିରୋଧରେ ମେଳି କରି ସହର ପରିକ୍ରମା କରିବା ବେଳେ ବିଭିନ୍ନ କଟୁ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ନୀତି ବିରୋଧି ରାଲି ଏରସମା ବ୍ଲକ୍ ରୁ ଆରମ୍ଭ ହୋଇ ବିଭିନ୍ନ ସହର ପରିକ୍ରମା କରି କାଣିପଦା ଜାମୁ ମଠରେ କର୍ମୀମାନେ ପହଂଚିଥିଲେ । ଏହି ସମ୍ମିଳନୀରେ ୨୫ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାକୁ ବିଧାୟକଙ୍କ ସଲାସୁତରାରେ ୫ଜଣ ଠିକାଦାର ଲୁଟୁଥିବା ଅଭିଯୋଗ ଆଣିଛନ୍ତି । ଯେଉଁ ସମୟରେ ଶାସକ ଦଳରୁ ବରିଷ୍ଠ ବିଧାୟକ ଦାମ ରାଉତ ସରକାରଙ୍କ ବିରୋଧିରେ ମେଳି କରୁଛନ୍ତି ସେତିକି ବେଳେ ବିଜେଡ଼ିରେ ଫାଟ ଦାମକୁ ଦଳ ଦେଉଥିବା ନେଇ ଚର୍ଚ୍ଚା ହେଉଛି । ଯଦି ଶାସକ ଦଳ ଏପରି ଫାଟକୁ ସ୍ଥାଇ ସମାଧନ ବଦଳରେ ପ୍ୟାଚ୍ ମାରେ ତେବେ ନେଡ଼ି ଗୋଡ଼ କୋହୁଣିକୁ ବୋହିବା ନେଇ ସାଧାରଣରେ ଚର୍ଚ୍ଚା ହେଲାଣି ।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଫାଟ; ଦାମକୁ ଦେଲା ବଳ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DavionCoica on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- ErnestKex on ଘରୋଇ ଉପ•ର ଦ୍ୱାରା ହେବ କ୍ୟନ୍ସର ରୋଗର ନିରାକରଣ
- Mathewjeago on ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
- RolandBef on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- AlecMag on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
