ଭୁବନେଶ୍ବରରେ ଘୋଟିଗଲା ଘୋର ଅନ୍ଧାର, ତିରିଶି ମିନିଟ ପର୍ଯ୍ୟନ୍ତ ବର୍ଷା ଓ ପବନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜଧାନୀରେ ହଠାତ ଘୋଟିଗଲା ଘୋର ଅନ୍ଧାର। ତା ସହିତ ଆରମ୍ଭ ହେଲା ପବନ। ଧିରେ ଧିରେ କୋହଲା ପବନ ପ୍ରବାହିତ ହେଲା। ଏହାପରେ ଆରମ୍ଭ ହୋଇଗଲା ତାଣ୍ଡବ। ପ୍ରବଳ ବର୍ଷା ସାଙ୍ଗକୁ ଝ଼ଡ ତୋଫାନ। ଏପରି ଅବସ୍ଥା ହେଲା ଯେ, ଯିଏ ଯେଉଁଠି ଥିଲା ସେହିଠି ରହିବାକୁ ବାଧ୍ୟ ହେଲା।

କାଳ ବୈଶାଖୀ ଯୋଗୁଁ ପୁରା ରାଜଧାନୀରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହୋଇଥିଲା। କେତେକ ସ୍ଥାନରେ ଗଛ ଉପୁଡିଥିବାର ଜଣାପଡିଛି। ସେହିପରି ହଠାତ ପ୍ରବଳ ବର୍ଷା ଯୋଗୁଁ ଅନେକସ୍ଥାନରେ ପାଣି ଜମିଯାଇଛି। ପ୍ରାୟ ତିରିଶ ମିନିଟ ଧରି ତାଣ୍ଡବ ପରେ ପାଗରେ ପରିବର୍ତ୍ତନ ହୋଇଛି।

Share This Article