କଟକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଭୁବନେଶ୍ବର ବିମାନ ବନ୍ଦରରେ ଦିଆଗଲା ଭବ୍ୟ ଅଭିନନ୍ଦନ

Odisha Hot News
1 Min Read

ଭୁବନେଶ୍ବର: ଆଜି ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ସଡକ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାତ କରିଥିଲେ।

ସେହିପରି ବିମାନ ବନ୍ଦର ବାହାରେ ଗଡକରୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାପରେ ସେ  ବିମାନ ବନ୍ଦରରୁ ସିଧା କଟକ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ରେଭେନଁସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବ ଜୟନ୍ତିରେ ଯୋଗଦେଇଛନ୍ତି। ଏହାପରେ ଅପରାହ୍ନରେ ସେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ରାଜ୍ୟ ପାଇଁ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ।

Share This Article