ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗେଇ ଦେଲେ ଦୁର୍ବୁତ, ବିଭିନ୍ନ ମହଲରେ ନିନ୍ଦା

Odisha Hot News
1 Min Read

ଭୁବନେଶ୍ବର: ବଲାଙ୍ଗୀରର ପାଟଣାଗଡରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ହୁତୁହୁତୁ ହୋଇ ଜଳୁଛି। କେହି ଦୁର୍ବୁତ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି। ଆଜି ସକାଳୁ ପାଟଣାଗଡର ବ୍ଲକ ଛକରେ ଥିବା ପ୍ରତିମୂର୍ତ୍ତି ଜଳୁଥିବାର ଦେଖିବାକୁ ମିଳିଥିଲା। ତେବେ କିଏ କାହିଁକି ଏପରି କାର୍ଯ୍ୟ କଲା ତାହା ଜଣାପଡି ନାହିଁ। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପ୍ରକଟ କରାଯାଇଛି।

ଏହି ଘଟଣାକୁ ନେଇ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିନ୍ଦା କରିଛନ୍ତି। ପ୍ରବାଦ ପୁରୁଷଙ୍କୁ ଏପରି ଅସମ୍ମାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ବିଜୁବାବୁଙ୍କ ଓଡିଶା ଗଠନରେ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Share This Article