ହନୁମାନ ଜୟନ୍ତିରେ ବୃକ୍ସହିଲ ହନୁମାନ ମନ୍ଦିର ଦର୍ଶନ କରିବା ସହ ଆଳତୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha Hot News
1 Min Read

ଭୁବନେଶ୍ବର: ପ୍ରଭୁ ଶ୍ରୀହନୁମାନ ଭକ୍ତି, ତ୍ୟାଗ, ନିଷ୍ଠା ଓ ସମର୍ପଣର ପ୍ରତୀକ ବୋଲି ସୋମବାର ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପଡାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଆଜିର ଦିନ ଓଡ଼ିଆ ତଥା ସନତନୀ ହିନ୍ଦୁଙ୍କ ପାଇଁ ଏକ ବଡ଼ ଦିନ।

ଏଭଳି ଏକ ଦିନରେ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ବଲପୁରର ଜନସାଧାରଣଙ୍କ ସହ ହନୁମାନ ଜୟନ୍ତୀରେ ସାମିଲ ହେବା ମୋର ସୌଭାଗ୍ୟ । ହନୁମାନ ଜୟନ୍ତୀରେ ନାଗରିକମାନଙ୍କ ମଧ୍ୟରେ ଭକ୍ତିପୂର୍ଣ୍ଣ ଉତ୍ସାହ ରହିଛି। ଆମ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବଢୁ । ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପାଖରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିକାଶ ପାଇଁ ଶ୍ରୀ ପ୍ରଧାନ କାମନା କରିଛନ୍ତି।

Share This Article