ଆସନ୍ତାକାଲି ଏକ ମହତ୍ବପୂର୍ଣ୍ଣ ଦିନ, ଏକାଥରେ ପଡୁଛି ଚାରିଟି ଗୁରୁତ୍ବପୂର୍ଣ୍ଣ ତିଥି, ଜାଣନ୍ତୁ କଣ…

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ମହତପୂର୍ଣ୍ଣ ଦିନ। କାରଣ ସୋମବାରରେ ଏକାଥରେ ଚାରିଟି ଗୁରୁତ୍ବପୂର୍ଣ ତିଥି ପଡୁଛି। ସେଗୁଡିକ ହେଲା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି, ଓଡିଆ ନୂଆବର୍ଷ। ଏଥିସହିତ ଏକ ଜାତୀୟ ଦିବସ ଭାବେ ଆସନ୍ତାକାଲି ଡ ଆମ୍ବେଦକରଙ୍କ ଜୟନ୍ତି ମଧ୍ୟ ପଡୁଛି।

ପଣା ସଂକ୍ରାନ୍ତିରେ ସାଧାରଣତଃ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏଥିସହିତ ଓଡିଶାର ହନୁମାନ ଜୟନ୍ତି ମଧ୍ୟ ପାଳନ କରାଯାଇଥାଏ। ସେଥିପାଇଁ ସୋମବାର ଦିନ ବିଭିନ୍ନ ଶିବ ମନ୍ଦିରରେ ଭିଡ ହେବା ସହିତ ହନୁମାନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ହେବ। ସେହିପରି ସକାଳୁ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ।

Share This Article