ବର୍ଣ୍ଣ ବୋଧ ବଣ୍ଟନ ଉତ୍ସବ ଅନୁଷ୍ଠିତ 

Odisha Hot News
1 Min Read

ଉମରକୋଟ: ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣ ବୋଧ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାର ଉମରକୋଟ ବ୍ଳକର ଭାଲୁଗୁଡା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାର ଶୁଭଆରମ୍ଭ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଓଡ଼ିଆ ଭାଷା ଅସ୍ମିତା ର ପୁନଃରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ଛବିଳ ମଧୁ ବର୍ଣ୍ଣ ବୋଧ କୁ ବିଦ୍ୟାଳୟ ରେ ପୁନଃ ପ୍ରଚଳନ କରାଇବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଜରିଆରେ ସାମାନ୍ୟ ପରିବର୍ତ୍ତନ ସହ ପୁନଃ ପ୍ରବର୍ତ୍ତନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଥିଲେ। ଓଡିଆ ଭାଷା ର ଅଧିକ ପ୍ରଚାର ଓ ପ୍ରସାର ପାଇଁ ଜାତୀୟ ଶିକ୍ଷା ନୀତି ବେଶ ସହାୟକ ହେବ ବୋଲି ମନ୍ତୀ ଶ୍ରୀ ଗଣ୍ଡ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଉମରକୋଟ ବ୍ଳକ ୩୦ ଟି ବିଦ୍ୟାଳୟ କୁ ନୂତନ ବର୍ଣ୍ଣବୋଧ ପୁସ୍ତକକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଉମରକୋଟ ପୌରପାଳିକା ଅଧ୍ୟକ୍ଷା ରାଧା ଭତରା ପ୍ରମୁଖ ଉପସ୍ଥିତ ଥିଲେ।

Share This Article