ଖୋର୍ଦ୍ଧାରେ ବୋମାମାଡ, ଜଣେ ମୃତ, ଜଣେ ଗୁରୁତର, କାରଣ ଜଣାପଡି ନାହିଁ

Odisha Hot News
0 Min Read

ସମୀକ୍ଷା ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଏକ ବୋମାମାଡ ହୋଇଛି। ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣ ଗୁରୁତର ହୋଇଛି। ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ବୋମା ମାଡର କାରଣ କଣ ତାହା ଜଣାପଡି ନାହିଁ।

ଖୋର୍ଦ୍ଧା ସଦରଥାନାର ଶଢେଇଗଡ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଯିଏ ମୃତ୍ୟୁବରଣ କରିଛନ୍ତି ତାଙ୍କ ନାମ ହେଉଛି ନିରାକାର ସିଂହ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ବାଇକରେ ବୋମା ନେଇ ଯାଉଥିବା ବେଳେ ବୋମା ବିସ୍ପୋରଣ ହୋଇଥିବାର ସନ୍ଦେହ କରାଯାଉଛି।

Share This Article