ଓଡ଼ିଶା ସିଭିଲ୍ ସର୍ଭିସେସ୍ ନିୟମରେ ସଂଶୋଧନ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ମହାସଂଘ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି କ୍ରମେ କିଛିଦିନ ତଳେ ରାଜ୍ୟ କ୍ୟାବିନେଟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକ ଭୁଲ ନିଷ୍ପତ୍ତି କ୍ରମେ ୨୦୨୦ ନିୟମ ପ୍ରଣୟନ ଯୋଗୁ ହଜାର ହଜାର ଆଶାୟୀ ଯୁବକ ଯୁବତୀ ଉଚ୍ଚନ୍ୟାୟାଳୟ ସର୍ବୋଚ୍ଚ ନୟାଳୟ ଦୌଡ଼ି ଦୌଡ଼ି ଆର୍ଥିକ ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ପାଞ୍ଚ ହଜାରରୁ ଅଧିକ ଯୁବକ ଯୁବତୀ ଉପକୃତ ହେବା ସହିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପୁନର୍ବାସ ସହାୟତା) ନିୟମ, ୨୦୨୦ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଲାଗି ନିବେଦନ ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଭଟିଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ମହାସଙ୍ଘ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

Share This Article