ବିଭିନ୍ନ ସ୍କୁଲରୁ ଚୋରି ସାମଗ୍ରୀ ବରଗଡରୁ ଉଦ୍ଧାର, ଜଣେ ଗିରଫ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଅଞ୍ଚଳର ବିଭିନ୍ନ ସ୍କୁଲରୁ ଚୋରି ହୋଇଥିବା ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ବରଗଡ ଅଞ୍ଚଳରୁ ଉଦ୍ଧାର କରି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ରେଢ଼ାଖୋଲ ପୋଲିସ।

ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ ଅଞ୍ଚଳର ୧୪ ଟି ସ୍କୁଲରୁ ଗତ ନଭେମ୍ବର , ଡିସେମ୍ବର ଓ ଜାନୁଆରୀ ମାସରେ ଏଲ‌ଇଡି ସ୍ମାର୍ଟ ଟିଭି , ସାଉଣ୍ଡ ବକ୍ସ , ଟାବଲେଟ ଚୋରି ହୋଇଥିବା ରେଢ଼ାଖୋଲ ଓ ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସ ଏଇ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରି ଥିଲା। ପୋଲିସ ଚୋରି
ହୋଇଥିବା ସାମଗ୍ରୀରୁ ୭ ଟି ଟିଭି , ସାଉଣ୍ଡ ବକ୍ସ ସବୁ ବରଗଡ଼ ଅଞ୍ଚଳରୁ ଉଦ୍ଧାର କରିଵା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବେହେରା ପାଲି ଗ୍ରାମର ସୁଗମ ଚରଣ ବେହେରା।‌ ଏବଂ ଏହାର ମାଷ୍ଟର ମାଇଣ୍ଡ ବରଗଡ଼ର ମହେଶ କୁମାର ଶର୍ମାକୁ ପୂର୍ବରୁ ସମ୍ବଲପୁର ପୋଲିସ ଗିରଫ କରିଥିଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ରେଢ଼ାଖୋଲ ପୋଲିସ ଏସ‌ଡିପିଓ ପ୍ରଶାନ୍ତ ମେହେର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Share This Article