ଧର୍ମଘଟ ପାଇଁ ଆଜି ଗଡୁନି ବସ, ରାସ୍ତାରେ ଯାତ୍ରୀ ହନ୍ତସନ୍ତ

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡିଶା ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଆଜି ସକାଳ 6 ଟାରୁ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ବର୍ତ୍ତମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପୂଜା ଛୁଟିରେ ଘରକୁ ଯିବା ପାଇଁ ଭିଡ ହେଉଥିବା ବେଳେ ବସ ବନ୍ଦ ଯୋଗୁଁ ଦୂରଦୂରାନ୍ତ ଯାତ୍ରୀ ବଡ ହଇରାଣ ହେବାରେ ଲାଗିଛନ୍ତି।

ଆଜି ସକାଳୁ ଉଭୟ ଭୁବନେଶ୍ବର ଏବଂ କଟକ ବସଷ୍ଟାଣ୍ଡରେ ଯାତ୍ରୀମାନେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ସରକାର ଏବଂ ବସ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ବର୍ତ୍ତମାନ ଯାତ୍ରୀମାନେ ଭୋଗୀବାରେ ଲାଗିଛନ୍ତି। ବସ ମାଲିକ ସଂଘ ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିପାରି ନାହିଁ।

ତେବେ ଏହି ଧର୍ମଘଟରୁ ବାଲେଶ୍ବର ଘରୋଇ ବସ ମାଲିକ ସଂଘ ଦୂରେଇ ରହିଛି। ସେଠାରେ ବସ ଚଳାଚଳ ଠିକ ଥିବାରୁ ଜଣାପଡିଛି।

Share This Article