ବ୍ରହ୍ମପୁର ବଡଡାକ୍ତରଖାନାରେ ପୁଣି ଛାତ୍ର ଅଶାନ୍ତି ଅଭିଯୋଗ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନା ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଉପରେ ପୁଣି ନିର୍ଯ୍ୟାତନା ଅଭିଯୋଗ ଲୋକ ଲୋଚନକୁ ଆସିଛି। ଯାହାକି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏହି କିଛି ମାସ ହେଲା ଏହି ଭଳି ତିନୋଟି ଘଟଣା ଘଟିଛି। ଡାକ୍ତରଖାନା ପ୍ରଶାସନ ପକ୍ଷରୁ ପ୍ରଥମ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ବେଳେ ଦ୍ବିତୀୟ ଘଟଣା ମିଛ ବୋଲି ପ୍ରମାଣିତ ହୋଇଥିଲା।

ପୁଣି ଶନିବାର ଶିଶୁ ଚିକିତ୍ସା ବିଭାଗର ଜଣେ ପିଜି ଛାତ୍ରକୁ ଅନ୍ୟ ବିଭାଗର କିଛି ପିଜି ଛାତ୍ର ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ଯାହା ଫଳରେ ନିର୍ଯ୍ୟାତିତ ଛାତ୍ର ଛାତ ଉପରେ ଚଢ଼ି ଆତ୍ମହତ୍ୟା କରିବା ପାଇଁ ଯିବା ବେଳେ ଶିଶୁ ଚିକିତ୍ସା ବିଭାଗ ମୁଖ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବଡ ଅଘଟଣ ଅଟକିଗଲା।

Share This Article