ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

Odisha Hot News
1 Min Read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଉଦ୍ୟମରେ ବିଜନେସ୍‍ ଆଣ୍ଡ ପ୍ରଫେସ୍‍ନାଲ୍‍ ଲିଡରସିପ୍‍ ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ରୁପେ କୁଳସଚିବ ପିତାମ୍ବର ଭୋଇ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ, ପ୍ରସନ୍ନ ମେହେର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଉମାଶଙ୍କର କର ପ୍ରମୁଖ ଏହି ଜାତୀୟ କର୍ମଶାଳା ରେ ଯୋଗ ଦେଇଥିଲା ବେଳେ ଡକ୍ଟର ମଲ୍ଲିକା କୁମାର, ଆଭାସୀ ମାଧ୍ୟମରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସ ରୁ ଯୋଗ ଦେଇଥିଲେ।

ଏହି ଅବସରରେ ବାଣିଜ୍ୟ ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ସହଯୋଗୀ ଦୁର୍ଗା ମାଧବ ମହାପାତ୍ର ଓ ମିନତୀ ମହାନ୍ତୀ ଙ୍କ ଦ୍ୱାରା ଲିଖିତ ଶିକ୍ଷା ପୁସ୍ତକ “ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନ୍‍ରସିପ୍‍ ଆଣ୍ଡ ଇ-କମର୍ସ” କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ଏହି ପୁସ୍ତକଟି ନୁତନ ଶିକ୍ଷାନିତୀ -୨୦୨୦ ଅନୁସାରେ ପ୍ରସ୍ତୁତ ହୋଇ ସମଗ୍ର ଓଡିଶାରେ କଳା, ବିଜ୍ଞାନ ଓ ବାଣିଜ୍ୟର ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦ୍ୱିତୀୟ ସେମିଷ୍ଟାରର ମଲ୍ଟିଡିସ୍‍ପ୍ଳିନାରୀ କୋର୍ସ – ୨ ପାଠ୍ୟକ୍ରମରେ ସାମିଲ କରାଯାଇଅଛି।

Share This Article