ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ ରେ ଯୋଗଦେଲେ ରାଜନାଥ ସିଂ, ଶିବରାଜ ସିଂ ଚୌହ୍ବାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି

Odisha Hot News
1 Min Read

ତାଳଚେର: ଆଜି ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ। ଏହା ଦେବେନ୍ଦ୍ରଙ୍କ ପୌତୃକ ଘର ତାଳଚେରରେ ଆୟୋଜିତ କରାଯାଇଥିଲା। ତାଳଚେର ଦିନଦୟାଲ ନଗର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ। ଏଥିରେ  ନୂଆଦିଲ୍ଲୀରୁ ଆସିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବାରଜ ସିଂ ଚୌହ୍ବାନଙ୍କ ସହିତ ବହୁ ନେତା।

ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଇଥିଲେ। ସମସ୍ତେ ଦେବେନ୍ଦ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମବେଦନା ଜଣାଇଥିଲେ। ଆସନ୍ତାକାଲି ଭୁବନେଶ୍ବରରେ ତାଙ୍କର ଦ୍ବାଦଶାହ ପାଳନ କରାଯିବ। ଏଥିରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତାମାନେ ସାମିଲ ହେବେ।

Share This Article