ଆଜି ଚୈତ୍ର ପର୍ବର ୨ୟ ମଙ୍ଗଳବାର: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ତାରାତାରିଣୀ

Odisha Hot News
1 Min Read

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ପର୍ବର ୨ୟ ମଙ୍ଗଳବାରରେ ଭକ୍ତଙ୍କ ଭିଡ଼ ଜମି ରହିଛି। ଆଜି ରାତ୍ର ପ୍ରାୟ୧.୩୫ ମିନଟରୁ ଦ୍ଵାର ଫିଟା ନୀତି ହୋଇଥିଲା। ପରେ ଅବକାଶ ନୀତି, ମଙ୍ଗଳ ଆଳତି , ଶୃଙ୍ଗାର କରାଯାଇ ମା ଙ୍କୁ ମହାଲକ୍ଷ୍ମୀ ବେଶରେ ସୁସଜ୍ଜିତ କରାଯାଇ ୪ .୩୦ ରେ ସାହଣ ମେଳା କରାଯାଇ ଭକ୍ତଙ୍କୁ ଦଶନ ଦିଆଯାଉଛି।

ଗତ ରାତ୍ରିରୁ ହଜାର ହଜାର ଶ୍ରଦ୍ଧାଳୁ ଏବଂ ମାନସିକ ଧାରି ମା ଙ୍କ ପୀଠ ଠାରେ ପହଂଚିଛନ୍ତି। ମାନସିକ ଧାରୀ ପିଲାମାନଙ୍କୁ ମୁଣ୍ଡନ କରାଇ ମା ଙ୍କୁ ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share This Article