ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର: ବ୍ରହ୍ମପୁର ରେଳବାଇ ଥାନା ଅଧୀନସ୍ଥ ରାମନଗର ରେଳ ଧାରଣାରୁ ରାହୁଲ ଗୌଡ଼ ନାମକ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ରେଳବାଇ ପୋଲିସ ୨୧/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

ମୃତ ରାହୁଲ କୌଣସି ଚଳନ୍ତା ରେଳରୁ ଖସି ପଡିଥିବା ଆଶଙ୍କା କରାଯାଉଛି। ତାଙ୍କର ପକେଟ୍ ରୁ ଗୋଟିଏ ପ୍ଲାଟଫର୍ମ ଟିକଟ ଓ ମୋବାଇଲ ଫୋନ ସଂଗ୍ରହ କରି ତାଙ୍କର ପରିଚୟ ପାଇ ଘର ଲୋକଙ୍କୁ ଖବର ଜଣାଇଥିଲେ। ପୋଲସରା ଥାନା ଅର୍ନ୍ତଗତ ଗୋଛାପଡା ଗ୍ରାମର ରାହୁଲଙ୍କ ବାପା ଭୁବୁନୀ ଗୌଡ଼ ଆସି ପୁଅର ଶବକୁ ଚିହ୍ନଟ କରିଥିଲେ।

ଗତ ଦୁଇଦିନ ହେଲା ରାହୁଲ ଘରେ ଅଶାନ୍ତି ଯୋଗୁଁ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲା। ଘର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ।

Share This Article