ଏକାବେଳେ ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ ସାରିଦିଅନ୍ତୁ କାମ

Odisha Hot News
1 Min Read

ଭୁବନେଶ୍ବର: ଚଳିତ ମାସରେ ଏକବେଳେ ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଫଳରେ ଯେଉଁମାନଙ୍କର ଆର୍ଥିକ କାମ ରହିଛି ତାହା ଶେଷ କରିଦେବା ଦରକାର। କାରଣ ଲାଗାତର ଏତେଦିନ ବ୍ୟାଙ୍କ ବନ୍ଦ ରହିଲେ ହୁଏତ କିଛି ଅସୁବିଧା ହୋଇପାରେ।

ତେବେ ସୂଚନା ଅନୁସାରେ ଆସନ୍ତା 24 ଓ 25 ତାରିଖ ଦୁଇଦିନ ଧରି ବ୍ୟାଙ୍କ ଧର୍ମଘଟ ହେବ। ଏ ନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଧର୍ମଘଟର ଡାକରା ଦେଇଛି। ଏହି ଡାକରାରେ ଓଡିଶାର ପ୍ରାୟ 6 ହଜାର ବ୍ୟାଙ୍କ ସାମିଲ ହେଲେ। ଏହି ବ୍ୟାଙ୍କର ପ୍ରାୟ 37 ହଜାର କର୍ମଚାରୀ କାମ ବନ୍ଦ କରିବେ।

ତେବେ ତା ପୂର୍ବରୁ ଅର୍ଥାତ 22 ଓ 23 ତାରିଖ ଛୁଟି ରହୁଛି। 22 ତାରିଖ ଚତୁର୍ଥ ଶନିବାର ଥିବା ବେଳେ 23 ତାରିଖ ରହିଛି ରବିବାର। ଏହି ଦୁଇଦିନ ସହିତ ଆଉ ଦୁଇଦିନ ଧର୍ମଘଟ ଏହିପରି ମୋଟ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ।

Share This Article