ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଲେ ତାଙ୍କ ପତ୍ନୀ

Odisha Hot News
1 Min Read

ଭୁବନେଶ୍ବର: ଧିରେ ଧିରେ ନବ ଦାସ ହତ୍ୟା ମାମଲା ଏକ ନୂଆ ମୋଡ ନେବାରେ ଲାଗିଛି। ପୂର୍ବରୁ ବିଜେପି ଦାବୀ କରି ଆସୁଥିଲା ଯେ, ତାଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବୀ କରିବା ଉଚିତ। ଏହାକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଲା। ନବ ଦାସଙ୍କ ପରିବାର ଉପରେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବାକୁ ଚାପ ପଡିଲା। ହେଲେ ସେ ଆଜି ପର୍ଯ୍ୟନ୍ତ ଚିଠି ନ ଲେଖିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଗଲା।

ତେବେ ଏହା ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ଇ-ମେଲ ଯୋଗେ ଅନୁରୋଧ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ। ଏଥିରେ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି। ସେ ସମୟ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି।

Share This Article