ଭୁବନେଶ୍ବରର ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ରେନ ଡ୍ୟାନସ ସହିତ ପାଳିତ ହେଲା ହୋଲି ଉତ୍ସବ

Odisha Hot News
1 Min Read

ଭୁବନେଶ୍ବର: ଆଜି ସାରା ଓଡିଶାରେ ପାଳିତ ହୋଇଛି ରଂଗର ପର୍ବ ହୋଲି। ବିଭିନ୍ନ ରଂଗ ବୋଳି ପରସ୍ପରକୁ ଆଲିଙ୍ଗନ କରି ଲୋକେ ପାଳନ କରିଛନ୍ତି ଏହି ଉତ୍ସବ। ତେବେ ଏହି ଉତ୍ସବ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରେ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଗୋଟିଏ ସୋସାଇଟ୍ ଭିତରେ ଶହଶହ ଲୋକ ରହୁଥିବାରୁ ଏହି ଉତ୍ସବ ବେଶ ଜମିଯାଇଛି।

ସେହି ପରିପ୍ରେକ୍ଷୀରେ ଭୁବନେଶ୍ବରର କଲିଙ୍ଗନଗରରେ ଥିବା ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ମଧ୍ୟ ହୋଲି ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଛି। ଏହି ଉତ୍ସବର ମଜା ନେବା ପାଇଁ ଟ୍ରାଇଣ୍ଡେଣ୍ଟ ରେସିଡେଣ୍ଟ ୱେଲଫାର ଆସୋସିଏସନ ତରଫରୁ ରେନ ଡ୍ୟାନସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଏବଂ ସୋସାଇଟର ସଦସ୍ୟଗଣ ଏହି ଉତ୍ସବରେ ଭାଗ ନେଇଥିଲେ। ସଂଗୀତର ତାଳେ ତାଳେ ଆପାର୍ଟମେଣ୍ଟର ବାସିନ୍ଦା ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ନୃତ୍ୟ ପରିବେଷଣ କରିଥିଲେ।

Share This Article