ରାଜା ଚକ୍ରକୁ ନେଇ ବିସ୍ପୋରକ ତଥ୍ୟ ଦେଲେ ବିଧାୟକ ବଦ୍ରି ପାତ୍ର, କହିଲେ ପାଣ୍ଡିଆନଙ୍କୁ ଲେଖି ଜଣାଇଥିଲି

Odisha Hot News
1 Min Read

ଭୁବନେଶ୍ବର: ଆଜି କ୍ରାଇମ ବ୍ରାଞ୍ଚ ଖଣି ପରିବହନ ବ୍ୟବସାୟ ତଥା ବିଜେଡି ନେତାଙ୍କୁ ଗିରଫ କରିଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜନ୍ସି ମାଧ୍ୟମରେ କୋଟିକୋଟି ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହାକୁ ନେଇ କେଉଁଝର ଘସିପୁରା ବିଧାୟକ ବଦ୍ରି ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ବଦ୍ରି ପାତ୍ର କହିଛନ୍ତି ଯେ, ରାଜା ଚକ୍ର ଖଣି ପରିବହନ ନାମରେ କୋଟିକୋଟି ଟଙ୍କା ଦୁର୍ନିତି କରୁଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେତେବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ଜଣାଇଥିଲି। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ରାଜା ଯୋଗୁ କେଉଁଝରରେ ବିଜେଡିର ସ୍ଥିତି ଖରାପ ହେଉଛି ବୋଲି କହିଥିଲି। ଏ ନେଇ ଲିଖିତ ଭାବ ମଧ୍ୟ ଜଣାଇଥିଲି ହେଲେ ତା ବିରୋଧରେ କିଛି କରାଗଲା ନାହିଁ।

ସେତିକି ନୁହେଁ, ସେ କେଉଁଝର ଖଣି ପରିବହନର ପୁରା ମାଲିକ ଥିଲା। ତାହାର ବିନା ନିର୍ଦ୍ଦେଶ ବିନା କିଛି ହେଉ ନ ଥିଲା। ସେ ସେତେବେଳର ଜିଲ୍ଲାପାଳ ଏବଂ ଏସପିଙ୍କ ପୂର୍ଣ୍ଣ ସମର୍ଥନ ପାଉଥିଲା। ସେ ସେମାନଙ୍କୁ ବଟି ଦେଉଥିଲା ବୋଲି ବଦ୍ରି ଖୋଲମ ଖୋଲା କହିଛନ୍ତି। ବିଭିନ୍ନ ଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସେହି ପ୍ରଶାସନ ଅଧିକାରୀ ବଦଳି ହୋଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ରାଜା ତାଙ୍କୁ ବଟି ଦେଉଛି।

Share This Article