କିଟ୍ ବିଶ୍ବବିଦ୍ୟାଳୟ ବିବାଦ, କମିଟ ଆଗରେ ହାଜରେ ହେଲେ ଅଚ୍ୟୁତ ସାମନ୍ତ

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତଦନ୍ତ କମିଟ ଆଗରେ ହାଜର ହୋଇଛନ୍ତି। ସେ ରାଜ୍ୟ ଅତିଥୀ ଭବନରେ କମିଟର ସଦସ୍ୟଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି। ମୁଖ୍ୟତଃ କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରର ଘଟଣା ନେଇ ତାଙ୍କୁ ଏହି ଜେରା କରାଯାଇଥିବା ଜଣାପଡିଛି। ପ୍ରାୟ ଅଢେଇ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଛି।

ରାଜ୍ୟ ସରକାର କିଟ ମାମଲାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୋଭା ଶର୍ମା ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ ଅଚ୍ୟୁତଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

Share This Article