ସିବିଆଇ ଚଢାଉ ପରେ ଆଇଏଏସ ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ

Odisha Hot News
1 Min Read

ଭୁବନେଶ୍ବର: ସିବିଆଇ ଚଢାଉ ପରେ ଆଜି ଆଇଏଏସ ପଦବୀରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ। ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ଜବରଦସ୍ତ ପ୍ରବେଶ କରିବା ନେଇ ସେ ଅସନ୍ତୁଷ୍ଠ ଥିଲେ। ଫଳରେ ଏହାର ପ୍ରତିବାଦ କରି ସେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। 1995 ମସିହା ବ୍ୟାଚର ବିଷ୍ଣୁପଦ ସେଠୀ ବର୍ତ୍ତମାନ ପଦବୀ ବିହିନ ହୋଇ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

ଆଜି ସକାଳେ ସିବିଆଇର ଆଠ ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସ ଭବନରେ ଚଢାଉ କରିଥିଲେ। ହେଲେ ବିଷ୍ଣୁପଦ ଏହାର କାଗଜପତ୍ର ମାଗିବା ସହିତ ମହିଳା ଅଧିକାରୀ କାହିଁକି ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ହେଲେ ସିବିଆଇ ଅଧିକାରୀ କୌଣସି ପ୍ରକାର ଛାଡି ନ ଥିଲେ। ଏହାକୁ ନେଇ ସେ ଅସନ୍ତୁଷ୍ଠ ହୋଇ ଆଇଏଏସ ପଦବୀରୁ ଇସ୍ତଫା ଦେଇଥିବାର ଜଣାପଡିଛି।

Share This Article