ଡକାୟତି ଉଦ୍ୟମ ଅଭିଯୋଗରେ ୭ ଗିରଫ ଓ ବହୁ ମାରଣାସ୍ତ୍ର ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରାତ୍ରୀ ପଇଁତାରା ବେଳେ କରାପଲୀ ନିକଟରେ ଥିବା ଏକ ଢ଼ାବା ହୋଟେଲ୍ ରେ କିଛି ଯୁବକ ସଂଗଠିତ ବସିଥିବା ଦେଖି ଗୋପାଳପୁର ଥାନା ପୋଲିସ୍ ସେମାନଙ୍କୁ ସେଠାରୁ କାବୁ କରିଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ଖଣ୍ଡା, ଲୁହା ଛଡ଼, ବିଭିନ୍ନ ନାମିଦାମୀ କମ୍ପାନୀର ୭ଟି ମୋବାଇଲ ଫୋନ, ଗୋଟିଏ ସୁମ କାର୍ ଓ କିଛି ନଗଦ ଟଙ୍କା ଜବତ କରିଲା। ପରେ ଉକ୍ତ ଯୁବକ ମାନଙ୍କୁ ଥାନାରେ ରଖି ପଚରାଉଚରା କରିବା ବେଳେ ସେମାନେ ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପ ଓ ମାଲଗାଡି ମାନଙ୍କରୁ ଲୁଟ୍ ପାଇଁ ଉଦ୍ୟମ କରୁଥିବା ପ୍ରକାଶ କରିଥିଲେ।

ସମସ୍ତ ଜେରା ସରିବା ପରେ ପୋଲିସ ୭ ଅଭିଯୁକ୍ତ ଯଥା ଲୋଚାପଡାର ଚିନୁ ବିଷୋୟୀ, ହୁଗୁଳାପଟା ଅଞ୍ଚଳର ରାଜା ମହାରଣା, ବାବଲା ନାୟକ, ସିତୁନ୍ ସ୍ବାଇଁ, ଶୀତମ୍ ସ୍ବାଇଁ, କିରଣ ସ୍ବାଇଁ ଓ ଦିଗପହଣ୍ଡି ଅଞ୍ଚଳର ସାଗର ରାଉଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article