ଏଣିକି ସକାଳୁଆ ହେବ କଲେଜ ଓ ବିଶ୍ବବିଦ୍ୟାଳୟ, ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ନେଲା ବଡ ନିଷ୍ପତି। ତାହା ହେଲା ଏଣିକି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ କ୍ଲାସ ହେବ। ଏପରିକି କୌଣସି ପରୀକ୍ଷା ଥିଲେ ତାହାକୁ ସକାଳେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ ଏସଓପି ଜାରୀ କରାଯାଇଛି।

ଏଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଅନୁଷ୍ଠାନରେ ପିଇବା ପାଣି ସହିତ ଓଆରଏସ ରଖିବା ପାଇଁ ମଧ୍ୟ ଏସଓପି ରେ କୁହାଯାଇଛି। ଯଦି କୌଣସି ଅନୁଷ୍ଠାନରେ ନଳକୂପ ବା ପାଣି ଯୋଗାଣରେ ଅସୁବିଧା ଅଛି ତେବେ ସେମାନେ ତୁରନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି।

Share This Article