ଦୁଇ ମୋବାଇଲ ଲୁଟେରା ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ପୁର୍ବାହ୍ନ ୩ ଟା ବେଳେ ଗୋଳନ୍ଥରା ଗ୍ରାମର ମନୋରଞ୍ଜନ ଯେନା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଲୁଟ ହୋଇଥିଲା। ବ୍ରହ୍ମପୁର ରେଳଷ୍ଟେସନରୁ ସେ ଚାଲି ଚାଲି ଯାଉଥିବା ବେଳେ ଗୋଷାଣୀ ନୁଆଁଗାଁ ଓଭରବ୍ରିଜ୍ ଉପରେ ଦୁଇ ଯୁବକ ତାଙ୍କୁ ସ୍କୁଟିରେ ଘରେ ଛାଡି ଦେବା ପାଇଁ କହିଥିଲେ। ପରେ ଉକ୍ତ ଦୁଇ ଯୁବକ ହଳଦିଆ ପଦର ରାଜରାଣୀ ଆପାର୍ଟମେଣ୍ଟ୍ ନିକଟରେ ଗାଡ଼ି ଅଟକାଇ ମନୋରଞ୍ଜନ ଠାରୁ ଗୋଟିଏ ଓପୋ ମୋବାଇଲ ଛଡ଼ାଇ ଚାଲିଯାଇଥିଲେ।

ଲୁଟ୍ ର ଶୀକାର ମନୋରଞ୍ଜନ ଏହି ବିଷୟରେ ଗୋଷାଣୀ ନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଗ୍ରହଣ କରି ମାମଲା ନଂ ୬୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତତକ୍ଷଣାତ୍ ଛାନବିନ୍ ଚଳାଇ ସୁଜେଲ୍ ଦାସ ଓ କମଳଲୋଚନ ରାଉଳ ନାମକ ଦୁଇ ଲୁଟେରାଙ୍କୁ ଉଠେଇ ଆଣି ଜେରା କରିବା ବେଳେ ସେମାନେ ମୋବାଇଲ୍ ଲୁଟ୍ ବିଷୟରେ ସ୍ଵୀକାର କରିଥିଲେ।

ପୋଲିସ ଉକ୍ତ ମୋବାଇଲ ଫୋନ ଓ ସେମାନେ ଚଳାଉଥିବା ସ୍କୁଟି ଗାଡ଼ି କୁ ଜବତ କରି ଦଫା ୩୦୯( ୪ ) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ଲୁଟ୍ ଶୀକାର ମନୋରଞ୍ଜନଙ୍କୁ ତାଙ୍କର ମୋବାଇଲ ଫୋନ ଫେରାଇଛି।

Share This Article