ବାରାହ ଫାଶରେ ଲାଗି ଜଣେ ମୃତ, ୮ ଲକ୍ଷର ଚୋରି ତାର ଉଦ୍ଧାର

Odisha Hot News
1 Min Read

ଭୁବନେଶ୍ଵର: ବଲାଙ୍ଗୀର ଜ଼ିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଘୁନସର ଗ୍ରାମପଂଚାୟତ ପୁଟକେଲ ଚୁଆ ଗ୍ରାମ ଜଙ୍ଗଲ ରେ ବାରାହ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ବେଳେ ପୁଟକେଲ ଚୁଆ ଗ୍ରାମର ଜଣେ ଯୁବକ ଭୋରରୁ ଶୌଚ ହୋଇ ଯିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟ ଘଟିଛି। ଲାଠୋର ଥାନା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ଼ ପରେ ବିଦ୍ୟୁତ ତାର ବୋଲି ଜଣା ପଡିଛି। ପୋଲିସ ତାର ତଦନ୍ତ କରୁଛି।

ଲୋୟର ସୁକତେଲ ପ୍ରୋଜେକ୍ଟରେ ଇଲେକ୍ଟ୍ରି ଫିକେସନ କାମ ଚାଲୁଥିଲା। ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ତାର ଚୋରି କରି ଫେରାର ମାରୁଥିଲେ। ଏନେଇ ବଲାଙ୍ଗିର ସଦର ଥାନାରେ ୪ ଟି ଚୋରି ମାମଲା ରୁଜୁ ହୋଇଥିଲା। ଚୋରଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା।

ଗାଜିଆବାଦ ମୁରୁଦନଗରର ଫେଜାଲ ମଲ୍ଲିକ, ଜାଭେଦ ମଲ୍ଲିକ ଓ ସମ୍ବଲପୁରର ଶିବ ଶର୍ମାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ପ୍ରାୟ ୮ ଲକ୍ଷ ଟଙ୍କାର ତାର ସହ ଏକ ମାରୁତି ସୁଜକି ଡାଲା ଗାଡି ଓ ସ୍କୁଟି ଜବତ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡିପିଓ ସଂଞ୍ଜୟ କୁମାର ମଣ୍ଡଲ।

Share This Article