ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ମୃତ

Odisha Hot News
1 Min Read

ଭୁବନେଶ୍ଵର: ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁ ମୁଣ୍ଡା ପାକା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ମୃତକ ଓ ଆହତ ସମସ୍ତଙ୍କ ଘର ଗୁଣପୁର ବ୍ଲକ ଅନ୍ୟର୍ଗତ ଓମ୍ପେରା ଗ୍ରାମର ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ ଗୁଣପୁର ଅଗ୍ନିଶମ ବିଭାଗ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଗୁଣପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟରରେ ନିୟୋଜିତ ଶ୍ରମିକ ମାନେ ରାମାନାଗୁଡା ଅଂଚଳରୁ ଇଟା ବୋଝେଇ କରି ଗୁଣପୁର ଅଭିମୁଖେ ଫେରୁଥିବା ବେଳେ ଗୁଲୁମୁଣ୍ଡା ପାକା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ ଓ ଅନ୍ୟ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ ଜଣ ଶ୍ରମିକ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ଜଣେ ଶ୍ରମିକଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି।

Share This Article