କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ସଚେତନତା ଶିବିର

Odisha Hot News
1 Min Read

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧନାରେ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ଆଇନ୍ ୨୦୧୩ ଅନୁସାରେ ଶରୀରିକ ସଂସ୍ପର୍ଶ ଏବଂ ଅଗ୍ରଗତି, ଯୌନ ଇଛା ସମ୍ପାଦିତ ପାଇଁ ଦାବି କରିବା, ଅନୁରୋଧ କିମ୍ବା ଯୌନ ସମ୍ପର୍କିତ ମନ୍ତବ୍ୟ କିମ୍ବା ଅଶ୍ଲିଳ ଚିତ୍ର ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ଅଶୋଭନୀୟ ଶାରୀରିକ, ମୌଖିକ କିମ୍ବା ଭାବଭଙ୍ଗୀ ଦ୍ଵାରା ଯୌନ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଏ।

ଏହି ଅଧିନିୟମ ଯେଉଁ ମହିଳାମାନେ କର୍ମକ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁ ମହିଳାମାନେ ଗ୍ରାହକ, ଶିକ୍ଷାର୍ଥୀ, ଦିନମଜୁରିଆ ଭାବେ କାର୍ଯ୍ୟକରନ୍ତି ଏମାନଙ୍କୁ ସୁରକ୍ଷା ଦିଏ। ଉପୀଡ଼ିତା ମହିଳା ଲିଖିତ ସମ୍ମତିପତ୍ର ସହ ଅଭିଯୋଗ କରିପାରିବେ। ଉପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ସାଙ୍ଗସାଥୀ କିମ୍ବା ସହକର୍ମୀ ଜାତୀୟ/ରାଜ୍ୟ ମହିଳା ଅଧିକାରୀ ଘଟଣା ବିଷୟରେ ଅବଗତ ଥିବା ଯେକୌଣସି ବ୍ୟକ୍ତିବିଶେଷ ଅଭିଯୋଗ କରିପାରିବେ। ମାନସିକ ବିକାରଗ୍ରସ୍ତ ମହିଳାଙ୍କ କ୍ଷେତ୍ରରେ ବିଶେଷ ଶିକ୍ଷାବିତ୍ ଯୋଗ୍ୟ ମନସ୍ତତ୍ବବିତ୍ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଅଭିଯୋଗ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ଭାବେ ପରିବାର କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ,ସିନିୟର ସିଭିଲ୍ ଜଜ୍ ସତ୍ୟବ୍ରତ ରଣା,ସିନିୟର ସିଭିଲ୍ ଜଜ୍ ( ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି)ରବିନାରାୟଣ ବେହେରା,ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟର ରେଜିଷ୍ଟ୍ରାର ସୋନାଲି ସରୀତା,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚର୍ଯ୍ୟ,ନୟାଗଡ଼ ଏସ୍‌ଡିଜେଏମ୍ କୋର୍ଟର ବିଚାରପତି ସମାପିକା ସମଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

Share This Article