ଖୋର୍ଦ୍ଧା: ବିକାଶ ମେଳାର ଉଦଯାପନୀ ଦିବସ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ବିକାଶ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ହାବେଳିପଡିଆ ଜନ ସମାଗମରେ ଭରପୁର ରହିଥିଲା। ଏଥି ସହିତ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ କଳାକାର ମାନଙ୍କ ମାଧ୍ୟମରେ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା।

ଏହାପରେ ଏକ ବୈଠକ ମୁଖ୍ୟ ଉନ୍ନୟନ -ତଥା – କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ କସ୍ତୁରି ଵାଳା ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରଥମେ ଓରମାସ ର ଉପ -ମୁଖ୍ୟ ନିର୍ବାହୀ ଅଧିକାରୀ ରାଜଗୋପାଳ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ସ୍ୱଚ୍ଛତା ବାର୍ତ୍ତା ଉପରେ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପରେ ପରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ବକ୍ତବ୍ୟ ରଖିଥିଲେ।  ଓଡିଶାର ବିକାଶ ସମସ୍ତଙ୍କ ସହଯୋଗରେ ସମ୍ଭବ। ମାଆ ମାନଙ୍କୁ ବ୍ୟାଙ୍କମାନଙ୍କରେ ବିନା ସୁଧରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ସରକାରଙ୍କ ଯେତେ ଯୋଜନା ସବୁଥିରୁ ଲାଭ ଉଠେଇ ଓଡିଶାକୁ ଅଗ୍ରଣୀ ରାଜ୍ୟ କରିବାରେ ଆଗେଇ ଚାଲନ୍ତୁ। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ମିଶନ ଚାଲୁ ରହିଛି। ଆମେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇ ଆମର ପରିବେଶ ସ୍ବଚ୍ଛ ରଖି ଚାରିଆଡେ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ବିଭିନ୍ନ ବିଭାଗର ଷ୍ଟଲରେ ଭାଗ ନେଇଥିବା କାର୍ଯ୍ୟାଳୟଙ୍କୁ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷ ରେ ସଭା ସାଙ୍ଗ କରାଯାଇଥିଲା।

Share This Article