କନିଷ୍ଠ ଶିକ୍ଷକଙ୍କ ପାଇଁ ସାଧନ କର୍ମୀ ତାଲିମ ଶିବିର ‘ପ୍ରେରଣା’ ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ତାଲିମ ଦିଆଯିବା ସକାଶେ ସାଧନ କର୍ମୀଙ୍କ ସକାଶେ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ‘ପ୍ରେରଣା’ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ବିଇଓ ସୁଚିତ୍ରା ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନ ଗଞ୍ଜାମ ପକ୍ଷରୁ ଶୈକ୍ଷିକ ସଂଯୋଜକ ସନ୍ତୋଷ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିବା ସହ ବ୍ଲକ ସ୍ତରରେ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାଦାନ ଉପରେ କିପରି ବଳିଷ୍ଠ କରାଯାଇ ପାରିବ ତା ଉପରେ ଏହି ତାଲିମ କାର୍ଯ୍ୟକ୍ରମ ପରିବେଷିତ ବୋଲି ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୨୨ ଟି ବ୍ଲକର ୮୬ ଜଣ ସାଧନ କର୍ମୀ ଯୋଗଦେଇଥିବା ବେଳେ ସାଧନ କର୍ମୀ ଭାବେ ଖଲ୍ଲିକୋଟ ଡି ଆଇ ଇ ଟି ର ବରିଷ୍ଠ ଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଜିତେନ୍ଦ୍ର କୁମାର ପଣ୍ଡା, ଶିକ୍ଷକ ବିପ୍ର ଚରଣ ସାହୁ, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ତାଲିମ ପ୍ରଦାନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ।

Share This Article