ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା ରିସର୍ଚ୍ଚ ଏଥିକ୍ସ କମିଟି

Odisha Hot News
1 Min Read

ଭୁବନେଶ୍ୱର: ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ (OUHS) ଆଜି ରିସର୍ଚ୍ଚ ଇଥିକ୍ସ କମିଟି (REC) ର ସ୍ଥାପନା କରାଯାଇଛି। ଏହା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ନୈତିକ ମାନଦଣ୍ଡ ଏବଂ ଉଚ୍ଚ ଗୁଣବତ୍ତା ସ୍ଥିର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଓଡିଶା ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ୱାସ୍ଥ୍ୟସେବାରେ ନୈତିକ ମାନଦଣ୍ଡ ଏବଂ ନବସୃଜନର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି।

ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ ଇଥିକ୍ସ କମିଟିର ଅଧ୍ୟକ୍ଷ ନ୍ୟାୟାଧୀଶ ଡା. ଡି. ପି. ଚୌଧୁରୀ ଚିକିତ୍ସା ଗବେଷଣାରେ ନୈତିକ ଅନୁପାଳନ ଏବଂ ଗବେଷକମାନଙ୍କ ଦାୟିତ୍ୱ ବିଷୟରେ ଚର୍ଚ୍ଚା କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡା.) ମାନସ ରଞ୍ଜନ ସାହୁ ବିଶ୍ୱବିଦ୍ୟାଳୟର ଉନ୍ନତିକରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସୋଲାର ପ୍ୟାନେଲ ଏବଂ ନୂତନ ୱେବସାଇଟ ଉଦ୍‌ଘାଟିତ ହୋଇଥିଲା, ଯେଉଁଥିରେ ସଂସ୍ଥାନର ଡିଜିଟାଲ ପ୍ରଗତି ପ୍ରତିଫଳିତ।

ପ୍ରଫେସର ଡା ରୋଜା ରମଣୀ କମିଟିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ। ସେ କମିଟିର ସମସ୍ତ ସଦସ୍ୟଙ୍କ ପରିଚୟ କରାଇ ସେମାନଙ୍କର ମୌଳିକ ଚିକିତ୍ସା ବିଜ୍ଞାନ, କ୍ଲିନିକାଲ ଗବେଷଣା, ଆଇନ ଏବଂ ସାମାଜିକ ବିଜ୍ଞାନ କ୍ଷେତ୍ରର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଥିଲେ।

ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article