ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ହାଇଦ୍ରାବାଦକୁ ହେବେ ସ୍ଥାନାନ୍ତରିତ

Odisha Hot News
0 Min Read

ଭୁବନେଶ୍ବର: ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି।

ପୂର୍ବରୁ ଶ୍ରୀଯୁକ୍ତ ବିଶ୍ବଭୂଷଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।

Share This Article