ନୟାଗଡ଼ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଯୋଗଦେଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

Odisha Hot News
1 Min Read

ଭୁବନେଶ୍ଵର: ଭାରତର ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଏକ ମହତ୍ତପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଆଜି ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଅବସରରେ ନୟାଗଡ଼ ପୁଲିସ୍ ଟ୍ରେନିଙ୍ଗ୍ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲା ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଭାରତର ମୁକ୍ତି ଆନ୍ଦୋଳନରେ ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ଵପୂର୍ଣ୍ଣ ଅବଦାନ ପାଇଁ ଆମେ ଗୌରବାନ୍ନିତ ବୋଲି ସେ କହିଥିଲେ। ଜିଲାର ରଘୁନାଥ ମହାନ୍ତି, ଦିବାକର ପରିଡ଼ା, ଅର୍ଜୁନ ରାଉତ, କଷ୍ଟି ଡ଼ାକୁଆଙ୍କ ଭଳି ମହାନ୍ ସହୀଦ ମାନଙ୍କ ଆତ୍ମବଳିଦାନ ସେମାନଙ୍କୁ ଅମର କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଏହି ଉତ୍ସବରେ ଜିଲା ପୁଲିସ, ଗୃହରକ୍ଷୀ ଏବଂ ସ୍କୁଲ ଓ କଲେଜର ୫୧ଟି ଗ୍ରୁପ୍ ପ୍ୟାରେଡ୍‌ ପ୍ରଦର୍ଶନ କରଥିଲା ବେଳେ ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ୭ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଏସ୍‌ପି ଏସ.ଶୁଶ୍ରୀ ଯୋଗ ଦେଇଥିଲେ।

Share This Article