ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ସଂସଦୀୟ ଦଳର ବୈଠକ, ଜାଣନ୍ତୁ କେବେ

Odisha Hot News
1 Min Read

ଭୁବନେଶ୍ବର: ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ। ଫଳରେ ଏଥର ରାଜ୍ୟସଭାରେ ବିଜେଡି କି ପ୍ରକାରର ଭୂମିକା ନେବ ସେ ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ସଂସଦୀୟ ଦଳର ବୈଠକ ନବୀନ ନିବାସରେ ଆସନ୍ତା 28 ତାରିଖରେ ହେବ।

ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ସାତ ଜଣ ସଦସ୍ୟ ରହିଛନ୍ତି। ଏହିମାନଙ୍କୁ ନବୀନ ଦଳର କଣ ଆଭିମୁଖ୍ୟ ରହିବ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ। ତେବେ ବିଭିନ୍ନ ସମୟରେ ବିଜେପିକୁ ସମର୍ଥନ ଦେଇ ଆସିଥିବା ବିଜେଡି ଏଥର ମଧ୍ୟ ତାହା ହିଁ କରିବ ବୋଲି ଜଣାପଡିଛି।

Share This Article