ବାଚସ୍ପତି ସୁରମା ପାଢୀଙ୍କ ବକ୍ତବ୍ୟକୁ ନେଇ ରାଜନୈତିକ ଝଡ, ବିଧାନସଭା ପୂର୍ବରୁ ଛକାପଞ୍ଚା

Odisha Hot News
1 Min Read

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ଫେବୃୟାରୀ 13 ତାରିଖରୁ ଆରମ୍ଭ ହେବ। ତେବେ ତାପୂର୍ବରୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ବୟାନ ବାଜି ଆରମ୍ଭ ହୋଇଯାଇଛି। ବିଶେଷ କରି ବାଚସ୍ପତି ସୁରମା ପାଢୀଙ୍କ ଏକ ମନ୍ତବ୍ୟକୁ ନେଇ ଚେଇଁ ଉଠିଛି ବିଜେଡି। ବାଚସ୍ପତିଙ୍କ ଏପରି ବିବୃତି ହାସ୍ୟସ୍ପଦ ବୋଲି ଦଳ କହିଛି।

ଆଜି ବାଚସ୍ପତି ସୁରମା ପାଢୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥର ବିଧାନସଭାରେ ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କହିବା ପରେ ବିଜେଡି ନେତା ତଥା ବିଧାୟକ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଯାହା କହିଛନ୍ତି ତାହା ହାସ୍ୟସ୍ପଦ। ସେ ଗୃହ ପରିଚାଳନା କରିବେ। ଯଦି ଠିକ ଭାବରେ ପରିଚାଳନା କରିବେ ତେବେ କୌଣସି ବିଶୃଙ୍ଖଳା ହେବ ନାହିଁ।

ତେଣୁ ନିଜେ ଠିକରେ ଗୃହ ପରିଚାଳନା କରିବା କଥା ନ କହି ଯିଏ ବିଶୃଙ୍ଖଳା କରିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିବା ହାସ୍ୟସ୍ପଦ ବୋଲି ପ୍ରତାପ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ଏହାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ବିରୋଧୀଙ୍କ ସ୍ବରକୁ ଦବାଇ ଦେବା ପାଇଁ ଚାହୁଁଛନ୍ତି। ନାଲି ଆଖି ଦେଖାଇଲେ ଚଳିବ ନାହିଁ ବୋଲି ପ୍ରମିଳା ରୋକଠୋକ କହିଛନ୍ତି।

Share This Article