ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ, ହାଃ..ହାଃ..ହାଃ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା। ତାହା ହେଲା ଯେ, କେବଳ ମହିଳାଙ୍କ ପାଇଁ ଥିବା ଏହି ଯୋଜନା ହାତେଇବାକୁ ପୁରୁଷମାନେ ମଧ୍ୟ ଆବେଦନ କରିଛନ୍ତି। ଡାଟା ବେସରୁ ତଦନ୍ତ କରିବା ପରେ ଜଣାପଡିଥିଲା ଯେ, ଏହି ଯୋଜନା ପାଇଁ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ସେମାନଙ୍କୁ ପରବର୍ତ୍ତି ସମୟରେ ଏହି ଯୋଜନାରୁ ବାଦ ଦିଆଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏହି ଯୋଜନା ପାଇଁ ଆବେଦନ କରିଥିବା ମହିଳାଙ୍କ ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ତାହା ତଦାରଖ କରାଯାଉଥିଲା। ଏଥିସହିତ ସେମାନଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ମଧ୍ୟ ତଦାରଖ କରାଯାଇଥିଲା। ଏହି ବ୍ୟାଙ୍କ ଲିଙ୍କ ପରେ ଜଣାପଡିଥିଲା ଯେ, ସେମାନେ ମହିଳା ନୁହଁନ୍ତି ପୁରୁଷ।

ତେବେ ମୁଖ୍ୟ କଥା ହେଲା ଏହି ବ୍ୟକ୍ତିମାନଙ୍କର ନାମ ମହିଳାମାନଙ୍କ ନାମ ପରି ହୋଇଛି। ଫଳରେ ସେମାନେ ଭାବି ଥିଲେ ଯେ ବୋଧହୁଏ ଆମକୁ ମହିଳା ଭାବି ପଇସା ଦେଇ ଦେବେ। ହେଲେ ପରେ ବ୍ୟାଙ୍କ ଆକାଉଣ୍ଟ ତଦାରଖ କରିବା ପରେ ସେମାନେ ପୁରୁଷ ବୋଲି ଜଣାପଡିଥିଲା।

Share This Article