ଖୋର୍ଦ୍ଧାର ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ କିଶୋର କୁମାର ପଣ୍ଡା

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ କିଶୋର କୁମାର ପଣ୍ଡା। ୨୦୧୫ ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ପଣ୍ଡା ଏହା ପୁର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସେ ବେଶ ଜଣାଶୁଣା।

ଆଜି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନୁରୂପ ଭାବେ ଜିଲ୍ଲାର ବହୁ ସରକାରୀ ଅଧିକାରୀ ଏବଂ ଜନସାଧାରଣ ମଧ୍ୟ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ।

ରାଜ୍ୟର ଖୋର୍ଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ହୋଇଥିବା ବେଳେ ଏଠାରେ ପ୍ରଶାସନ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି। ଜିଲ୍ଲାରେ ବେଆଇନ ଖଣି କାରବାର, ନିଶା କାରବାର ଆଦିକୁ ରୋକିବା, ବିଭିନ୍ନ ସ୍ଥାନରେ ଜବରଦଖଲ ଉଛେଦ,ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ଅଭିଯୋଗ ସମାଧାନ ଆଦି ପ୍ରଥମିକତା ରହିବ ବୋଲି କହିଛନ୍ତି ନୂତନ ଉପ ଜିଲ୍ଲାପାଳ ଶ୍ରୀ ପଣ୍ଡା।

ସୂଚନା ଥାଉକି ଖୋର୍ଦ୍ଧା ପୂର୍ବତନ ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠିଙ୍କ ଢେଙ୍କାନାଳ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଛି।

Share This Article