ଅବକାରୀ ବିଭାଗର ଜିଲ୍ଲା ଅଧିକ୍ଷକ ମାନଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

Odisha Hot News
1 Min Read

ବ୍ରହ୍ମପୁର: ଆଜି ଗଞ୍ଜାମ ସ୍ଥିତ ସୋନାପୁର ଇକୋ ରିଟ୍ରେଟ ଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ବରିଷ୍ଠ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇଥିଲେ। ଆର୍ଥିକ ବର୍ଷ ୨୦୨୪-୨୦୨୫ ର ୧୫ ଦିନ ଭିତରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣକୁ ଚ଼ଢାଉ କରିବା ସହ ଜବତ କରି‌‌ ଶ୍ରେଷ୍ଠତା ପରିଦର୍ଶନ କରିଥିବା ବୌଦ୍ଧ, ବ୍ରହ୍ମପୁର ଓ କେନ୍ଦ୍ରାପଡା ଏବଂ ୯ ମାସ ଭିତରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣକୁ ଚ଼ଢାଉ କରି ଜବତ କରି ଶ୍ରେଷ୍ଠତା ପରିଦର୍ଶନ କରିଥିବା ବାଲେଶ୍ବର, ଭୁବନେଶ୍ବର ଓ‌ ଖୋର୍ଦ୍ଧା ଜିଲ୍ଲାର ଅବକାରୀ ବିଭାଗର ଜିଲ୍ଲା ଅଧିକ୍ଷକ ମାନଙ୍କୁ ସମ୍ମାନିତ କରିଥିଲେ।

ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ପୂର୍ବରୁ ଚାଲି ଆସିଥିବା ଅନେକ ବେଆଇନ କାରବାରକୁ ରୋକାଯାଇ ପାରିଛି। ତତ୍ ସହିତ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟରୁ ସମସ୍ତ ପ୍ରକାର ବେଆଇନ ନିଶା କାରବାର ବନ୍ଦ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

Share This Article