ଭଉଣୀ ଲକ୍ଷ୍ମୀକୁ ହତ୍ୟା କରି ଭାଇ ଫେରାର୍

Odisha Hot News
1 Min Read

ଗଞ୍ଜାମ (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ଗୁଣ୍ଠପଡା ରାଇପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଗୋଟିଏ ମାଁ ଗର୍ଭରୁ ଜାତ ଭାଇ ତଥା ଉକ୍ତ ଗ୍ରାମର ସୁଦର୍ଶନ ପାତ୍ର ନିଜ ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ପଥରରେ ମୁଣ୍ଡକୁ ଛେଚି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାର ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆକ୍ରମଣ ବେଳେ ଲକ୍ଷ୍ମୀର ଚିତ୍କାର ଶୁଣି ଘର ଓ ବାହାର ଲୋକ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଲକ୍ଷ୍ମୀର ଜୀବନ ନାହିଁ କି ଅଭିଯୁକ୍ତ ଭାଇ ମଧ୍ୟ ନାହିଁ।

ଖବର ପାଇ ଆସ୍କା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Share This Article