ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗରୁତର, ମେଡିକାଲରେ ଭର୍ତ୍ତି

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଆଜି ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ବୃଦ୍ଧ ଜଣକ ହେଲେ ବରହମପୁରା ଗ୍ରାମର ରୋହିତ ଶବର (୫୫)।‌

ସେ ଆଜି ସକାଳେ ଜଂଗଲକୁ ଝୁଣା ସଂଗ୍ରହ କରିବାକୁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ହାବୁଡରେ ପଡ଼ିଯାଇଥିଲେ।‌ ଭାଲୁଟି ରୋହିତ ଶବରକୁ ଆକ୍ରମଣ କରିଥିଲା। ଫଳରେ ବାମ ଜଙ୍ଘ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କ ସହ ଗ୍ରାମର ହର ଶବର ମଧ୍ୟ ଯାଇଥିଲେ l ସେ ଭାଲୁ ଆକ୍ରମଣ ରେ ସାମାନ୍ୟ ଆହତ ହୋଇ ଥିବା ଜଣା ପଡିଛି। ଭାଲୁ ଆକ୍ରମଣ କରୁଥିବା ସମୟରେ ବୃଦ୍ଧ ଜଣକ ପାଟି କରିବାରୁ ନିକଟରେ ଥିବା ଗ୍ରାମର ଅନ୍ୟ ଦୁଇ ଜଣ ବ୍ୟକ୍ତି ଆସି ଭାଲୁ କବଳରୁ ରକ୍ଷା କରି ଜଂଗଲ ଭିତରୁ ଏକ ଭାର ଯୋଗେ ବାହାର କୁ ବୋହି ଆଣି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।‌

ଖବର ପାଇ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ଦିନକୁ ଦିନ ରେଢ଼ାଖୋଲ ବନଖଣ୍ଡ ରେ ହାତୀ, ଭାଲୁ ଆକ୍ରମଣ ରେ ବହୁ ଧନ ଜୀବନ ଯାଉଛି।

Share This Article