ସରଗରମ ହେଲା ଝାରସୁଗୁଡା ରାଜନୀତି, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

Odisha Hot News
1 Min Read

ଭୁବନେଶ୍ବର: ଧିରେ ଧିରେ ଝାରସୁଗୁଡା ରାଜନୀତି ସରଗରମ ହେବାରେ ଲାଗିଛି। କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ରାଜନୀତି ରାଜ୍ୟପାର ହୋଇଛି। ସ୍ବର୍ଗତ ନବଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଗତକାଲି ଅଟକ ରଖିଥିଲା। ସେହିପରି କେତେକ ସମିତ ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ପୋଲିସ ଛତିଶଗଡର ଏକ ହୋଟେଲ ରୁମରେ ଅଟକ ରଖିଛି। ସେମାନେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟରେ ଅଂଶ ଗ୍ରହଣ କରିଥାଆନ୍ତେ।

ତେବେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଅପେକ୍ଷା କରିଥିଲେ ମଧ୍ୟ କେହି ଆସି ନ ଥିଲେ। ଫଳରେ ଭୋଟ ଗ୍ରହଣ ବନ୍ଦ ହୋଇଯାଇଛି। ଏହାକୁ ନେଇ ସେଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ଛକା ପଞ୍ଚା ଲାଗିରହିଛି। ଆଜି ଏ ନେଇ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ହୋଟେଲରେ ଅଟକ ହୋଇ ରହିଥିବା ସମସ୍ତ ନିର୍ବାଚିତ ପ୍ରତିନିଧୀଙ୍କୁ ଛାଡି ଦିଆଯାଉ ବୋଲି ନବୀନ ଚିଠି ଲେଖିଛନ୍ତି।

ନବୀନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଛତିଶଗଡର ମହାସୁମନ୍ଦ ଜିଲ୍ଲାର ସରିଆପଲ୍ଲୀ ଥାନା ଅଧିନରେ ଥିବା ଏକ ହୋଟେଲରେ ସମସ୍ତେ ଅଟକ ଅଛନ୍ତି। ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇ ସେମାନଙ୍କୁ ଉଦ୍ଧାର କରିବା ସହିତ ସୁରକ୍ଷିତ ଭାବେ ସୀମା ପାର କରାଇବାକୁ ଅନୁରୋଧ କରିଛନ୍ତି। ଏହି ଚିଠିକୁ ସେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହିତ ଏକ ନକଲ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

Share This Article