ଖଣ୍ଡିସି ବ୍ରିଜ ନିକଟରେ ବଡ଼ ଦୁର୍ଘଟଣା: ଓଲଟିଲା ବସ, ଚାଲିଗଲା ଜୀବନ

Odisha Hot News
1 Min Read

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଣ୍ଡିସି ଛକ ନିକଟରେ ଥିବା ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନୟାଗଡ଼ରୁ ଓଡି-୦୨-ଏ.ଏଫ.-୪୮୪୯ ନମ୍ବର ବିଶିଷ୍ଟ ଇଣ୍ଡିଆନ ନାମକ ଘରୋଇ ଯାତ୍ରିବାହୀ ବସଟି ଭରସାମ୍ୟ ହରାଇ ବ୍ରିଜରେ ଧକ୍କାଦେଇ ତଳକୁ ଖସି ପଡିଥିଲା। ସେହି ବସରେ ୪୦ରୁ ଅଧିକ ଯାତ୍ରୀ ନୟାଗଡ଼ ଗୁଣ୍ଠୁଣିରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

ବ୍ରିଜଟି ଅଣ-ଓସାରିଆ ଓ ମୋଡ଼ଣି ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ବ୍ରିଜଟିକୁ ଓସାରିଆ କରିବା ପାଇଁ ଦାବି ହେଉଛି।

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ, ରଣପୁର ପୋଲିସ, ରଣପୁର ଦମକଳ ବାହିନୀ ଓ ଟାଙ୍ଗୀ ଦମକଳ ବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏଥିରେ ଜଣ ଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ପୋଲିସ ତଦନ୍ତ ଜାରି ରଖିଛି।

Share This Article