ମହିଳାଙ୍କୁ ଦୁଷ୍କର୍ମ ଓ ସ୍ବାମୀକୁ ହତ୍ୟା ଉଦ୍ୟମ ଅଭିଯୋଗ: ପୂର୍ବତନ ସରପଞ୍ଚଙ୍କ ସହ ଦୁଇ ପୁଅ ଗିରିଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ପିତ୍ତଳ ସନ୍ତୋଷ ପୁର ଗ୍ରାମର ବିଷ୍ଣୁ ପ୍ରିୟା ସ୍ୱାଇଁ ନାମ୍ନି ଜଣେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୂର୍ବତନ ସରପଞ୍ଚଙ୍କ ସହ ଦୁଇ ପୁଅ ଗିରିଫ କରାଯାଇଛି। ମହିଳାଜଣଙ୍କ ଉତ୍ତରେଶ୍ୱର ମନ୍ଦିରକୁ ଯାଇଥିବାବେଳେ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ମଳିକ ମହିଳାଙ୍କୁ ଅଶ୍ଲୀଳ ଆଚରଣ କରି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲାବେଳେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ସେ ପଳାଇଥିଲେ। ପରେ ମହିଳା ଜଣକ ତାଙ୍କ ସ୍ୱାମୀ ରଞ୍ଜନ ସ୍ୱାଇଁ, ଭାଇ ବନମାଳୀ ସ୍ୱାଇଁ ଓ ବାପା ପାଣ୍ଡବ ସ୍ୱାଇଁଙ୍କୁ କହିଥିଲେ।

ପରିବାର ଲୋକେ କୃଷ୍ଣ ମଳିକ ପାଖକୁ ଯାଇ ଏହି ବିଷୟରେ ପଚରା ଉଚୁରା କରି ଥିଲେ। ଏଥିରେ କ୍ଷୁବ୍ଧ ହୋଇ ପୂର୍ବ ତନ ସରପଞ୍ଚ କୃଷ୍ଣ ଓ ତାକଂର ଦୁଇ ପୁଅ କାଳି ଚରଣ ଓ ବଳିଆ ଲୁହା ରଡ ଓ ଭୂଜାଲିଧରି ରଂଜନ ସ୍ବାଇଁ ବଜାରରେ ଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ରଂଜନ ଗୁରୁତର ଆହତ ହେବାରୁ ସ୍ଥାନୀୟ ଲୋକେ ପିତ୍ତଳ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପରିସ୍ଥିତି ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁଂ ବ୍ରହ୍ମପୁର ବଡଡାକ୍ତର ଖାନାକୁ ପଠାଯାଇଥିଲା।

ଘଟଣା ସଂପର୍କରେ ବିଷ୍ଣୁ ପ୍ରିୟାଙ୍କ ଅଭିଯୋଗକୁ ଭିତ୍ତି କରି ଆସ୍କା ପୁଲିସ୍ ଘଟଣାର ତଦନ୍ତ କରିବା ସହ ପୂର୍ବତନ ସରପଞ୍ଚ ଓ ତାଙ୍କ ଦୁଇପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article