କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ (ସାଇକେଲ ଚାଳନା ଟ୍ରାକ୍)ର ଉଦଘାଟନ କରିଛନ୍ତି କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ। ସାଇକେଲ ଚାଳନାରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ରଙ୍କ ସମ୍ମାନରେ ଏହି ଭେଲୋଡ୍ରୋମକୁ ନାମିତ କରାଯାଇଛି।

ଭେଲୋଡ୍ରୋମର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଏହାର ମହତ୍ତ୍ବ ବିଶ୍ବରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆଜି ମୋ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଆଜି ମୁଁ ଯାହା ଦେଖିଲି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ସହ ମେଳ ଖାଉଛି- ଏପରି ଏକ ଦେଶ ଯେଉଁଠାରେ ଶିକ୍ଷା ଓ କ୍ରୀଡ଼ା ଏକାଠି ଆଗକୁ ବଢିଥାନ୍ତି।”

Share This Article