ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ମହାରାଷ୍ଟ୍ରର ଯୁବକ, ଗଞ୍ଜେଇ ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହାରାଷ୍ଟ୍ର ପୁନେ ଜିଲ୍ଲାର ଅମୋଲ ଦିନକର ନାମକ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗରେ ଧରାପଡିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳି ଅବକାରୀ ଏସ୍ ଆଇ ସୁମିତ୍ରା ବିଶି ସଦଳବଳେ ଖଣ୍ଡରା ଛକରେ ଅମୋଲକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେ ଧରିଥିବା ଜରି ଅଖାରେ ୮.୨୦୦ ଗ୍ରାମ୍ ଗଞ୍ଜେଇ ବାହାରି ଥିଲା। ଜେରା କରିବା ବେଳେ ସେ ଉକ୍ତ ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରୁଥିବା ରାଜି ହୋଇଥିଲା।

ଅବକାରୀ ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଚାଲାଣ ଉକ୍ତ ଯୁବକ ବିରୁଦ୍ଧରେ ମାମଲା ନଂ ୭୧/୨୦୨୪ ଓ ୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।

Share This Article