ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ମାନବତା ବିରୋଧରେ ଅପରାଧ: ସି ପି ଆଇ(ଏମ୍)

Odisha Hot News
1 Min Read

ଭୁବନେଶ୍ଵର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ଡବଲ ଇଞ୍ଜିନ ସରକାର ର ବୁଲଡୋଜର ଉଠା ଦୋକାନୀ ମାନଙ୍କୁ ଜୀବିକାରୁ ଉଚ୍ଛେଦ କରିଛି। ହଜାର ହଜାର ଦୋକାନୀଙ୍କୁ ଦାଣ୍ଡ କୁ ଫୋପାଡି ଦିଆଯାଇଛି। ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଧ୍ଵଂସ କରାଯାଇଛି। ଏହି ଦୃଶ୍ୟ ହେଉଛି ଜାତୀୟ ରାଜପଥ ପାର୍ଶ୍ବ ବାଣୀ ବିହାର ଛକ।

ଶୁକ୍ରବାର ସନ୍ଧ୍ୟାରେ ସି ପି ଆଇ(ଏମ୍) ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, କୃଷକ ସଭା ରାଜ୍ୟ ସଭାପତି ଜମେଶ୍ଵର ସାମନ୍ତରାୟ, ଉଠା ଦୋକାନୀ ମହାସଂଘର ଭୁବନେଶ୍ଵର ସଭାପତି ପ୍ରଭାତ ପାଣିଗ୍ରାହୀ, ଯୁବ ଫେଡେରେସନ୍ ରାଜ୍ୟ ସଭାପତି ଯତୀନ ମହାନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଉଠା ଦୋକାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଉପଯୁକ୍ତ ଭାବେ ଥଇଥାନ ଦାବି କରି ଭୁବନେଶ୍ୱର ମହାନଗର ନିଗମ ମେୟରକୁ ପିଟିସନ ଦେବା ପାଇଁ ଆହ୍ଵାନ କରାଯାଇଛି।

ଏହି ଉଚ୍ଛେଦ ହେଉଛି ଅମାନବୀୟ। ମାନବତା ବିରୋଧ ରେ ଅପରାଧ। ଉଠା ଦୋକାନୀ ମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା। ବିଜେପି ସରକାର ତରଫରୁ ହେଉଥିବା ଏହି ନିର୍ମମ ଜୀବିକା ଉଚ୍ଛେଦ ଅଭିଯାନ ବିରୋଧ ରେ ସି ପି ଆଇ(ଏମ୍) ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରାଯାଇଛି। ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ସଂଗଠିତ ଗଣତାନ୍ତ୍ରିକ ପ୍ରତିବାଦ/ ପ୍ରତିରୋଧ ହିଁ ଏହି ଜନ ବିରୋଧୀ ଅଭିଯାନ କୁ ପ୍ରତିହତ କରିପାରିବ।

Share This Article