ଫୁଡ ବ୍ଲଗର ସୋନାଲୀଙ୍କ ମିଳିଲା ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫୁଡ ବ୍ଲଗର ସୋନାଲୀ ସଂଘମିତ୍ରା ପରିଡାଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ। ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ହେଲେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ଜଣାପଡିଛି ଯେ, ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।

ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।

ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ବିଲଡର ସଂସ୍ଥାରେ ପ୍ରାୟ ୨ ବର୍ଷ ହେବ କାମ କରୁଥିଲେ। ଏଥିସହ ସେ ଜଣେ ଫୁଡ ବ୍ଲଗର ଭାବେ ସୋସିଆଲ ମିଡିଆରେ ବେଶ୍‌ ଜଣାଶୁଣା। ସେ ଏଥିରେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ।

Share This Article