ଭୁବନେଶ୍ବର : ରାଜ୍ୟରେ ସ୍ବାଇନ୍ ଫ୍ଲୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ଯୁବତୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତଦନ୍ତ ହେବା ପରେ ଏହା ସ୍ବାଇନ୍ ଫ୍ଲୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ ଅଞ୍ଚଳର ଏହି ଯୁବତୀ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ଆଜି ୬ଟି ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ସମସ୍ତ ଆକ୍ରାନ୍ତ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।
ରାଜଧାନୀରେ ସ୍ବାଇନ୍ ଫ୍ଲୁ ଜଣେ ମୃତ୍ୟୁ ୬ ଜଣ ଚିହ୍ନଟ
- Advertisement -
Stay Connected
Comment
- MattAdaps on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Kentonwat on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- DaquanGusty on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- plinko_rgpn on ଆଜିର ରାଶିଫଳ
- ReidKneek on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
